ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ୨୦୨୩ ଲାଗି ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ୱିଡିଶ ଆକାଡେମୀ ତରଫରୁ କରାଯାଇଥିବା ଘୋଷଣା ମୁତାବକ, ମୌଙ୍ଗି ଜି ବାୱେଣ୍ଡି, ଲୁଇସ୍ ଇ.ବୁସ୍, ଆଲେକ୍ସି ଏଲ୍ ଏକିମୋଭଙ୍କୁ ପୁରସ୍କାର ମିଳିବ । କ୍ୱାଣ୍ଟମ୍ ଡଟସର ସନ୍ଧାନ ଓ ସଂଶ୍ଳେଷଣ ପାଇଁ ଏହି ପୁରସ୍କାର ଦିଆଯାଉଛି ।