ଭୋଟ ଦେଇନ କାମ କରାଇ ଦେବିନି ବୋଲି କହିଲେ ବିଧାୟକ

ଯେଉଁମାନେ ଭୋଟ ଦେଇନ, ତାଙ୍କର କୌଣସି କାମ କରାଇଦେବି ନାହିଁ । ଏକଥା ଆମେ କହୁ ନାହୁଁ , ଏକଥା କହୁଛନ୍ତି ଜି. ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସହିତ ଲୋକ ପ୍ରତିନିଧିମାନେ ଦେଶ ସେବକ, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ କାମ କର ଆଦି କଥା କହୁଥିବା ବେଳେ ତାଙ୍କ ସରକାର ବିଧାୟକଙ୍କର ଏପରି କଥା ଚର୍ଚ୍ଚାର ବିଷୟ ହୋଇଛି । ଏକଥା ସେ କାହାକୁ ବ୍ୟକ୍ତିଗତ ଭାବେ କହୁ ନାହାଁନ୍ତି, ଏକ ବୈଠକରେ କହୁଛନ୍ତି । ତେବେ ଏନେଇ ବିଧାୟକ ସାଲୁଗା ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନି ।