ଭୁବନେଶ୍ୱରରେ ଏୟାରପୋର୍ଟରେ ବିନା ସ୍ପର୍ଶରେ ହେବ ବିମାନ ଯାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ନୂତନ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଂକ୍ରମଣକୁ ଏଡାଇବା ପାଇଁ ବର୍ତ୍ତମାନ ଯାତ୍ରୀମାନେ ବିନା ସ୍ପର୍ଶରେ ବିମାନରେ ବସିବେ। ଲକଡାଉନ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ବିମାନ ବନ୍ଦର ହେବ ନନ ଟଚ୍।

ଏଥିରେ ଟର୍ମିନାଲରେ ପ୍ରବେଶ ଠାରୁ ଆରମ୍ଭ କରି ଟିକେଟ ଯାଞ୍ଚ ଓ ବିମାନ ବସିବା ପର୍ଯ୍ୟନ୍ତ ବିନା ସ୍ପର୍ଶରେ କାର୍ଯ୍ୟ ହେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ବନ୍ଦୋବସ୍ଥ କରୁଛନ୍ତି। ସେପଟେ ବିମାନ ବନ୍ଦରର ଆଧୁନିକରଣ ଆରମ୍ଭ ହୋଇଛି। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ଓ ପାରାଲେଟ ଟାକ୍ସି ୱେର କାର୍ଯ୍ୟ ଆରମ୍ଭ ହୋଇଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।