ଭାରତରେ କୌଣସି ଧର୍ମ ପ୍ରତି ବିପଦ ନାହିଁ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମୁସଲମାନ ୱାର୍ଲ୍ଡଲିଗର ମହାସଚିବ ଏବଂ ସାଉଦି ଆରବର ପୂର୍ବତନ ନ୍ୟାୟମନ୍ତ୍ରୀ ଡା. ମୋହମ୍ମଦ ବିନ ଅବଦୁଲକରୀମ ଅଲ-ଇଶାଙ୍କୁ ଭେଟିଛନ୍ତି । ଏହି ସମୟରେ ଅଜିତ ଡୋଭାଲ କହିଛନ୍ତି ଯେ, ଭାରତରେ କୌଣସି ଧର୍ମ ପ୍ରତି ବିପଦ ନାହିଁ । ଭାରତର ପୃଷ୍ଠଭୂମି ସମାନ ଅଧିକାର, ଅବସର, ସମ୍ମାନ ଓ ସମାନ ଦାୟିତ୍ୱର ସିଦ୍ଧାନ୍ତ ଉପରେ ପର୍ଯ୍ୟବେସତି । କିନ୍ତୁ ଆତଙ୍କବାଦର କୌଣସି ଧର୍ମ ନାହିଁ । ଭାରତ ସବୁ ସମସ୍ୟାର ସମାଧାନ କରିବା ଲାଗି ସହନଶୀଳତା, ସମ୍ବାଦ ଓ ସହଯୋଗକୁ ଗୁରୁତ୍ୱାରୋପ କରିଥାଏ । ଭାରତରେ ପାଖାପାଖି ୨୦ କୋଟି ମୁସଲମାନ ଥିଲେ ମଧ୍ୟ ବୈଶ୍ୱିକ ଆତଙ୍କବାଦରେ ଭାରତୀୟ ନାଗରିକଙ୍କ ସହଭାଗିତା କମ୍ ।

ଅଜିତ ଡୋଭାଲ ଆହୁରି କହିଛନ୍ତି ଯେ, ଭାରତ ଅନେକ ଦଶକରୁ ଆତଙ୍କବାଦର ଶିକାର ହେଉଛି । ଦେଶ ୨୦୦୮ ମୁମ୍ବାଇ ଆକ୍ରମଣ ସହିତ ଅନେକ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଛି । ଭାରତ ନିଜ ସୁରକ୍ଷା ତନ୍ତ୍ରକୁ ମଜଭୂତ କରିବା ସହ ଆତଙ୍କବାଦୀ ଗତିବିଧିକୁ ରୋକିବା ପାଇଁ ଅନ୍ୟ ଦେଶକୁ ସହଯୋଗ କରୁଛି । ଏହାସହ ବିଭିନ୍ନ ମାଧ୍ୟମରେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ସକ୍ରିୟ ରୂପେ କାମ କରୁଛି ।