ଚଳିତ ବର୍ଷ ହେବନି ସାର୍ବଜନୀନ ଗଣେଶ ପୂଜା: ଡିସିପି

କଟକ,ଏନ୍ଏନ୍ଏସ୍: ଗତକାଲି ଗଣେଶ ଚତୁର୍ଥୀ। ପ୍ରତିବର୍ଷ କଟକରେ ଗଣେଶ ପୂଜା ଧୁମ୍‌ଧାମରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ଥର କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ବିଶ୍ୱ ପ୍ରସିଦ୍ଧ ମୁମ୍ବାଇ ଗଣେଶ ପୂଜାକୁ ମଧ୍ୟ ସୁପ୍ରିମକୋର୍ଟ ପକ୍ଷରୁ ଅନୁମତି ଦିଆଯାଇନଥିଲା।

ସୂଚନା ଅନୁସାରେ ଗଣେଶ ପୂଜା ପାଳନ ପାଇଁ ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଶିବେନ୍ଦ୍ର ହୋତା କଟକ ହାଇକୋର୍ଟରେର ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାକୁ କୋର୍ଟ ଖାରଜ କରିବା ସହିତ ଏହାକୁ ସ୍ଥାନୀୟ ପ୍ରଶାସନ ଉପରେ ଛାଡିଥିଲେ।