ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକ୍ଡାଉନ୍ ଦୃଷ୍ଟିରୁ ପୂର୍ବରୁ ଜାରି ହୋଇଥିବା ପାସ୍ ନବୀକରଣ କରାଯିବା ନେଇ ପୁଲିସ୍ କମିସନର୍ ଆଜି ଏ ନେଇ ଏକ ଟ୍ୱିଟ ଜାରି କରିଛନ୍ତି। ଏହି ଟ୍ୱିଟରେ ପୂର୍ବରୁ ଜାରି ହୋଇଥିବା ପାସ୍ ନବୀକରଣ କରଯିବା ଅନାବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଉକ୍ତ ପାସ୍ କାର୍ଯ୍ୟ କରିବ, ତେଣୁ କେହି ପାସ୍ ନବୀକରଣ ପାଇଁ ଅନୁରୋଧ ନ କରିବାକୁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏଥିସହ ନବୀକରଣ ପାଇଁ କୌଣସି ବ୍ୟକ୍ତି ଥାନାକୁ ନ ଆସିବାକୁ ଅନୁରୋଧ କରିଛନ୍ତି।
All vehicle passes issued till 29th will remain valid indefinitely till the entire situation relating to COVID 19 is resolved.
Please don’t approach us to renew passes.— Dr Sudhanshu Sarangi (@SarangiSudhansu) March 30, 2020