ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପ୍ରଥମ ବର୍ଷ ପାସ୍ ଫେଲ୍ ନେଇ ହୋଇଥିବା ନିଷ୍ପତିକୁ ପରିବର୍ତନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହି ନିୟମ ଚଳିତ ବର୍ଷରୁ ଲାଗୁ ନହୋଇ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ସେହିପରି ପ୍ରଥମ ବର୍ଷରେ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିବା ନିଷ୍ପତିକୁ ମଧ୍ୟ ପରିବର୍ତନ କରାଯାଇଛି ।
ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଉତୀର୍ଣ୍ଣ ହେବେନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ । ଏହାକୁ ବିରୋଧ କରି ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା ।