ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ-୧୯ ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆସନ୍ତା ୨୧ ଦିନ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ଭୟଭିତ ନ ହୋଇ ଏକା ସାଙ୍ଗ ହୋଇ ଏହି ପରସ୍ଥିତିର ସାମ୍ନା କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିଶ୍ଚିତ କରିବାକୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଓ ଏହି ଘଡି ସନ୍ଦି ମୁହୂର୍ତ୍ତରେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେ ନିଜକୁ ଅବରୋଧ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରହିବାକୁ ଦେବା ପାଇଁ କହିଛନ୍ତି।
ଏହି ୨୧ ଦିନିଆ ଲକଡାଉନ୍ ସମୟରେ, କେହି ଭୋକିଲା ନହେବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ବୋଲି କହିଛନ୍ତି। ଏ ନେଇ ଆମେ ଯଥାସାଧ୍ୟ ଚେଷ୍ଟା କରିବୁ, ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥିସହ ଦିଲ୍ଲୀ ସରକାର ମାଗଣା ଦିଆଯାଉଥିବା ରାସନର ମାତ୍ରାରେ ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି। ସେହିପରି ଦିନ ମଜୁରିଆ ମାନଙ୍କୁ ପ୍ରତ୍ୟେକ ୫୦୦୦ଟଙ୍କା, ବାସଗୃହ ନଥିବା ଲୋକମାନଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ବୃଦ୍ଧ ଓ ବିଧବା ମାନଙ୍କ ମାସିକ ଭତ୍ତାକୁ ଦିଗୁଣା କରିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି।