ଗ୍ରାମବାସୀଙ୍କୁ ମୋବାଇଲ ଫୋନ ବ୍ୟବହାର ନକରିବାକୁ ମାଓବାଦୀଙ୍କ ଧମକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସ୍ୱାଭିମାନୀ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତ ଅରାପଦର ଗ୍ରାମବାସୀଙ୍କୁ ମାଓବାଦୀ ଧମକ ଦେଇଛନ୍ତି। ଏ ନେଇ ମାଓବାଦୀଙ୍କ ପକ୍ଷରୁ ଗ୍ରାମର ଏକ ରାସ୍ତା କଡ଼ରେ ଥିବା ଏକ ବୋର୍ଡରେ ଲେଖି ଚେତାବନୀ ଦିଆଯାଇଛି।

ଏଥରେ ସେ ଲେଖିଛନ୍ତି ଯେ ଏହି ଗାଁରେ ଫୋନ ବ୍ୟବହାର କରନ୍ତୁ ନାହିିଁ, ଯିଏ ବିନା ଅନୁମତିରେ ଫୋନ ବ୍ୟବହାର କରିବ ତା’କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।