ଆଞ୍ଜେଲ ଶୁକୁଟି, ରକଷ୍ଟାର ଶୁକୁଟାଙ୍କୁ ଆଶ୍ୱସ୍ତି! ଫେସବୁକରେ ହେବନି ଆଧାର ଲିଙ୍କ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଅପବ୍ୟବହାର ଓ ନକଲି ସୋସିଆଲ ମିଡିଆ ଉପରେ ରୋକ୍ ଲଗାଇବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। କିନ୍ତୁ ଏ ଦିଗରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ସୋସିଆଲ ମିଡିଆ ସହ ଆଧାର ନମ୍ବର ଲିଙ୍କ୍ କରିବା ଲାଗି ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବାକୁ ମନା କରିଛନ୍ତି।

ନକଲି ଓ ଜାଲ୍ ସୋସିଆଲ ମିଡିଆ ଆକାଉଣ୍ଟ୍ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ ଅନୁରୋଧ କରାଯାଇଥିଲା ଏବଂ ଫେସବୁକ୍ ଓ ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ନମ୍ବର ଲିଙ୍କ୍ କରିବାକୁ ଦାବି କରାଯାଇଥିଲା। ଆବେଦନକୁ ଖାରଜ କରି ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଏଥିପାଇଁ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ସବୁ ମାମଲାକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆଣିବାର ଆବଶ୍ୟକତା ନାହିଁ। ଏହି ମାମଲା ମାଡ୍ରାସ ହାଇକୋର୍ଟରେ ଶୁଣାଣି ଚାଲିଥିବାରୁ ସେଠାକୁ ଯିବା ପାଇଁ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି।