୨ରୁ ‘ନୋ ହେଲମେଟ୍ ନୋ ପେଟ୍ରୋଲ’

ସମ୍ବଲପୁର,୨୯ା୮/ଏନ୍ଏନ୍ଏସ୍: ବେପରୁଆ ଗାଡ଼ି ଚାଳନା ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ଜିଲ୍ଲାପାଳ ଶୁଭମ୍ ସାକସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଅନେକ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ରୁ ସମ୍ବଲପୁରରେ ନୋ ହେଲମେଟ୍ ନୋ ପେଟ୍ରୋଲ୍ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଫଳରେ ଦୁଇ ଚକିଆ ଯାନରେ ପେଟ୍ରୋଲ ଭରିବାକୁ ହେଲେ ଚାଳକଙ୍କୁ ହେଲମେଟ ପିନ୍ଧି ପେଟ୍ରୋଲ ପମ୍ପକୁ ଆସିବାକୁ ପଡ଼ିବ । ଅନ୍ୟଥା ପେଟ୍ରୋଲ ଦିଆଯିବନି । କିଛି ମାସ ଆଗରୁ ସମ୍ବଲପୁର ଜିଲ୍ଲାରେ ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ ହେବ ବୋଲି ନିୟମ କରାଯାଇଥିଲା । ଏନେଇ ସଚେତନତା ସୃଷ୍ଟି ହେବା ସହ ଅନେକ ଚାଳକ ହେଲମେଟ୍ ପିନ୍ଧିବା ଆରମ୍ଭ କରିଥିଲେ । ତେବେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ ଆଦାୟ ମଧ୍ୟ କରାଯାଉଛି କିନ୍ତୁ ଶତପ୍ରତିଶତ ସଫଳତା ମିଳୁନଥିବାରୁ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।