ଆଜି ମଧ୍ୟ ରାତ୍ରରୁ ଦିଲ୍ଲୀରେ ବାଣ ଫୁଟାଇ ପାରିବେନି

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଯି) ପକ୍ଷରୁ ଦିଲ୍ଲୀରେ ଚଳିତ ବର୍ଷ ବାଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କରୋନା ମହାମାରୀକୁ ଅଧିକ ଭୟାବହ ନ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ଏନେଇ ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏନଜିଟିର ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ବେଞ୍ଚରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ଯେଉଁ ସହର ମାନଙ୍କରେ ପରିବେଶର ଗୁଣବତ୍ତା ହାର ତଳେ ପଡ଼ିଛି ସେଠାରେ ମଧ୍ୟ ଏହି ନିୟମ ଲାଗୁ କରାଯିବ।