ବିଦ୍ୟୁତ୍ କାଟ ନେଇ ଚିଡିଗଲେ ସାକ୍ଷୀ

ରାଞ୍ଚି: ରାଞ୍ଚିର ଲୋକମାନେ ବିଦ୍ୟୁତ କାଟକୁ ନେଇ କିପରି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ସାକ୍ଷୀ ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି। କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂ ଧୋନି ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ହେଉଥିବା ବିଦୁତ କାଟ୍ କୁ ନେଇ ଗୁରୁବାର ନିଜ ଟ୍ୱିଟର ଜରିଆରେ ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି ଯେ ‘ପ୍ରତିଦିନ ବିଦୁତ କାଟ ହେବାଦ୍ୱାରା ରାଞ୍ଚିର ଲୋକଙ୍କୁ ଭୋଗିବାକୁ ପଡୁଛି। ଏପରିକି ପ୍ରତିଦିନ ୪ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି। ସେ ଆହୁରି ଲେଖିଛନ୍ତି ଯେ ରାଞ୍ଚିରେ ଅନୁକୂଳ ପାଗ ଓ କୌଣସି ପୂଜାପର୍ବ ନଥାଇ ବି ୫ ଘଣ୍ଟା ହେଲାଣି ବିଦ୍ୟୁତ ନାହିଁ। ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବେ ବୋଲି ମୁ ଆଶା କରୁଛି’।

ତାଙ୍କର ଟ୍ୱିଟ ଉପରେ ୨୫୦୦ରୁ ଅଧିକ ଲାଇକ୍ ଓ କମେଣ୍ଟ ଦିଆଯାଇଛି। ଏହା ନିତିଦିନିଆ ଘଟଣା ବୋଲି ଅନେକ ଟ୍ୱିଟର ପ୍ରତିକ୍ରିୟାରେ ଜଣାଇଛନ୍ତି। ଏଥିରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରାଯାଇଛି।