ଦାଦା ବଟିକୁ ନାଁ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱର କମିସନରେଟ ପୁଲିସ ପକ୍ଷରୁ ଦାଦା ବଟି ନାଁ ଅଭିଯାନର ଶୁଭାରମ୍ଭ ହୋଇଛନ୍ତି। ଏନେଇ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଆଜି ପୁଲିସ ଡିଜି ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କୁ ଦାଦା ବଟି ମଗାଯାଉଛି ତେବେ ସେ ହେଲ୍ପ ଲାଇନ ନମ୍ବର-୯୯୩୮୯ ୧୦୦୦୦ରେ ଯୋଗା ଯୋଗ କରି ଅଭିଯୋଗ କରିପାରିବେ। ଏଥିସହିତ ଅଭିଯୋଗକାରୀଙ୍କ ସୁରକ୍ଷାକୁ ନଜରରେ ରଖି ତାଙ୍କର ପରିଚୟକୁ ଗୁପ୍ତ ରଖାଯିବ ବୋଲି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।

କେବଳ ଫୋନ ନୁହେଁ ବରଂ ଏସଏମଏସ୍, ହ୍ୱାଟ୍‌ସଆପ୍‍ ଓ ଟେଲିଗ୍ରାମରେ ମଧ୍ୟ ଅଭିଯୋଗ ହୋଇପାରିବ। ଏହି ଦାଦା ବଟି ଆଦାୟ ଅଭିଯୋଗରେ ନିକଟରେ ଗ୍ୟାଙ୍ଗଷ୍ଟର ରାଜା ଆଚ୍ଚାର୍ଯ୍ୟକୁ ମଧ୍ୟ ଗିରଫ କରାଯାଇଥିଲା।