ଦିଲ୍ଲୀରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ବସରେ ମାଗଣା ଯାତ୍ରା ପାଇଁ ପଦକ୍ଷେପ ନିଆଯିବ: କେଜରିୱାଲ

ନୂଆଦିଲ୍ଲୀ, ଏଜେନ୍ସି: ମଙ୍ଗଳବାର ଦିଲ୍ଲୀରେ ବସରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା ଆରମ୍ଭ ହୋଇଥିଲାବେଳେ ଏହି ସୁବିଧା ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଦିଆଯିବା ଲାଗି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। କେଜରିୱାଲ ‘ଏକେ ଆପ୍’ରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଏଣିକି ଆର୍ôଥକ ଦୁରବସ୍ଥା ଯୋଗୁଁ ବସରେ ଯାତ୍ରା ନକରିପାରି ଶିକ୍ଷାଲାଭରୁ ବଞ୍ôଚତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ମାଗଣା ବ୍ୟବସ୍ଥା ଦ୍ୱାରା ବିଶେଷ ଉପକୃତ ହେବେ। ସେହିପରି ଘରଠାରୁ ବହୁଦୂରରେ ଚାକିରି କରୁଥିବା ମହିଳାମାନେ ମଧ୍ୟ ଏହାର ଫାଇଦା ପାଇବେ। ବର୍ତ୍ତମାନ ପାଇଁ ମହିଳାଙ୍କ ନିମନ୍ତେ ବସରେ ମାଗଣା ଯାତ୍ରାର ସୁବିଧା କରାଯାଇଥିଲା ବେଳେ ଭବିଷ୍ୟତରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କ ଲାଗି ଏହି ସୁବିଧା ଉପଲବ୍ଧ କରାଯିବାକୁ ଚିନ୍ତା କରାଯାଉଛି। ବସରେ ମାଗଣା ଯାତ୍ରାକୁ ବିରୋଧୀ ଦଳ ସମାଲୋଚନା କରୁଥିବାରୁ କେଜରିୱାଲ କହିଛନ୍ତି, କେତେକ ବିଷୟରେ ରାଜନୀତିର ଊଦ୍ଧ୍ୱର୍କୁ ଯାଇ ବିଚାର କରିବାକୁ ହେବ। ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ, ଜନକଲ୍ୟାଣ ପାଇଁ ଖର୍ଚ୍ଚ ହେଉଥିବା ଶହେ ଟଙ୍କାରୁ ଦୁର୍ନୀତିରେ ୮୫ ଟଙ୍କା ଆତ୍ମସାତ ହେଲାବେଳେ ବାକି ୧୫ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁଛି। ମାତ୍ର ଆମେ ବାଟମାରଣା ହେଉଥିବା ସେହି ୮୫ ଟଙ୍କାକୁ ଲୋକଙ୍କ ସୁବିଧା ପାଇଁ ବିନିଯୋଗ କରୁଛୁ।