ଏଣିକି ସ୍କୁଲରେ ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ, ପାଠ ବଦଳରେ ସ୍କୁଲରେ ମିଳିବ ସାଠ ଜ୍ଞାନ

ବ୍ରହ୍ମପୁର,ଏନ୍ଏନ୍ଏସ୍: ପିଲାଙ୍କୁ ଚାପମୁକ୍ତ କରିବାକୁ ଗଂଜାମ ଜିଲ୍ଲାରେ ଆରମ୍ଭ ହେଉଛି ନୂଆ ବ୍ୟବସ୍ଥା। ସପ୍ତାହରେ ଦିନଟିଏ ବିନା ବ୍ୟାଗରେ ସ୍କୁଲ। ସ୍କୁଲ ଆସିବେ କିନ୍ତୁ ବିନା ବ୍ୟାଗରେ। ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଏପରି ଏକ ନିଆରା ବ୍ୟବସ୍ଥା ଆରମ୍ଭ ହୋଇଛି ଗଂଜାମ ଜିଲ୍ଲାରେ। ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ। ଏଥର ଛାତ୍ରଛାତ୍ରୀ ବ୍ୟାଗ୍‌ ନ ନେଇ ଯିବେ ସ୍କୁଲ। ଗୋଟିଏ ଦିନ ଫୁରସତ ମିଳିବ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ବୋହିବାରୁ। ପାଠ ବଦଳରେ ସ୍କୁଲରେ ମିଳିବ ସାଠର ଜ୍ଞାନ। ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ପ୍ରୟାସ କରାଯାଇଛି।

ପୂରାତନ ଯୁଗରେ ଯେଉଁସବୁ ଜ୍ଞାନ ଗୁରୁକୂଳରେ ରହି ଶିଷ୍ୟ ମାନେ ଶିଖୁଥିଲେ। ସେହି ଜ୍ଞାନ ସବୁ ଏବେ ସ୍କୁଲରେ ମିଳିବ। ସପ୍ତାହରେ ଗୋଟିଏ ଦିନ ପଢ଼ାରୁ ମୁକ୍ତି ପାଇବେ। ଶନିବାର ପାଠପଢା ବ୍ୟତିତ ଯୋଗଶିକ୍ଷା, ସଫେଇ, ପ୍ଲାଷ୍ଟିକ ବ୍ୟବହାର ନିଷେଧ ନେଇ ସଚେତନତା କରାଯିବ। ନାଚ, ଗୀତ ,ଖେଳ କୁଦ ଏବଂ ମହାପୁରୁଷ ଙ୍କ ଜୀବନ ଶୈଳୀ ସମ୍ପର୍କରେ ଜ୍ଞାନ ଅର୍ଜନ କରିବେ ଛାତ୍ର ଛାତ୍ରୀ। ଅନ୍ୟପଟେ ବସ୍ତାନୀ ବୋଝରୁ ମୁକ୍ତି ମିଳିବା ହେତୁ ପିଲାମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି।