ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ପଡ଼ିଆକୁ ୧ନମ୍ବର ହାଟ ସ୍ଥାନାନ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାଜିକ ଦୂରତ୍ୱ ରକ୍ଷା ନ କରିବାରୁ ଭୁବନେଶ୍ୱର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କରୋନା ଭୂତାଣୁର ମୁକାବିଲା ପାଇଁ ସାମଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ଏହିକ୍ରମରେ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ ବ୍ୟସ୍ତ ବହୁଳ ହାଟ ୟୁନିଟ୍ ୧ ହାଟକୁ ବିଏମସି ଉଠାଇ ଦେଇଛି ୟୁନିଟ୍ ୧ ବାଳକ ହାଇସ୍କୁଲ ଖେଳ ପଡିଆକୁ। ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନ କରିବାରୁ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହାସହ ଦୋକାନୀଙ୍କୁ ଗାଇଡଲାଇନ ଅନୁସାରେ ଦୂରତ୍ୱ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ହାଟମନଙ୍କରେ ଗହଳି ରହୁଥିବାରୁ କେହି ସାମାଜିକ ଦୂରତ୍ବକୁ ଗରୁତ୍ବ ଦେଉ ନ ଥିବା ଚିତ୍ର ସାମ୍ନାକୁ ଆସିଥିଲା । ଏହାପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗତକାଲି ୟୁନିଟ- ୧ ହାଟକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁନିଟ- ୧ ହାଟକୁ ଭୁବନେଶ୍ୱରର ଏଜି ଛକସ୍ଥିତ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଥିଲା।