ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନବୀନଙ୍କ ସହାୟତା ଲୋଡିଲେ ନୀତିଶ କୁମାର

ନବୀନଙ୍କ ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର। ଏନେଇ ନୀତିଶ କୁମାର ଆଜି ଫୋନ ଯୋଗେ ନବୀନଙ୍କ ସହିତ କଥା ହୋଇଛନ୍ତି।

ସୂଚନା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବା ପାଇଁ ନୀତିଶ ନବୀନଙ୍କୁ ଅନୁରୋଧ କରିଛନ୍ତି। ଗତଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କ ପ୍ରାର୍ଥିତ୍ବକୁ ବିଜେଡି ସମର୍ଥନ କରିଥିଲା। କିନ୍ତୁ ଏହି ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ମତାମତ ଦେଇନାହାନ୍ତି।