ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାତୀୟ ଜାତିଗତ ଜନଗଣନା ଦାବିକୁ ନେଇ ଆୟୋଜିତ ହୋଇଥିବା ବୈଠକ ଶେଷ ହୋଇଯାଇଛି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବିହାରର ୧୦ଟି ଦଳର ୧୧ ଜଣ ବଡ଼ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ପ୍ରତିନିଧି ମଣ୍ଡଳୀର ନେତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆୟୋଜିତ ହୋଇଥିବା ବୈଠକରେ ନୀତିଶ କୁମାର କହିଛନ୍ତି କି, ସମସ୍ତ ଜନସାଧାରଣ ଏକା ସାଙ୍ଗରେ ଜାତୀୟ ଜାତିଗତ ଜନଗଣନା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆମ ସମସ୍ତଙ୍କ କଥା ଧ୍ୟାନ ଦେଇ ଶୁଣିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଏ ବିଷୟରେ ଉଚ୍ଚିତ ପଦକ୍ଷେପ ନିଅନ୍ତୁ ବୋଲି ନୀତିଶ ଆଗ୍ରହ ପ୍ରକାଶ କରିଛନ୍ତି।
ସେହିପରି ଆରଜେଡ଼ି ନେତା ତେଜସ୍ୱୀ ଯାଦବ କହିଛନ୍ତି, ଜାତୀୟ ଜାତିଗତ ଜନଗଣନାରେ ଦେଶକୁ ଲାଭ ହେବ। ମଣ୍ଡଳ କମିସନ ପୂର୍ବରୁ ଜଣାନଥିଲା କି ଦେଶରେ କେତ ଜାତି ଅଛି। ଯେବେ ପଶୁ, ପକ୍ଷୀ ଓ ଗଛ ବୃକ୍ଷର ଗଣନା ହେଉଛି ତେବେ ମଣିଷ ମାନଙ୍କର ମଧ୍ୟ ଗଣନା ହେବା ଆବଶ୍ୟକ। କଲ୍ୟାଣକାରୀ ଯୋଜନା ପାଇଁ ଜାତିଗତ ଜନଗଣନା ଆବଶ୍ୟକ। ତେବେ ଏହା କେବଳ ବିହାର ପାଇଁ ନୁହେଁ, ପୂରା ଦେଶ ପାଇଁ ଜରୁରୀ ଅଟେ।