ନୂଆଦିଲ୍ଲୀ, ଏନ୍ଏନ୍ଏସ୍: କରୋନାର ସଙ୍କଟ କାଳ ମଧ୍ୟରେ ଅଧିକାଂଶ କମ୍ପାନୀ ତାଙ୍କ ଉଦ୍ୟୋଗକୁ ଚୀନରୁ ଭାରତକୁ ସ୍ଥାନାନ୍ତର କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ସେମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବାର ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି କି, ଯେଉଁ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ସହଯୋଗ କରାଯିବା ସହ ବ୍ୟବସାୟିକ ପରିବେଶ ସୃଷ୍ଟି କରାଯିବ। ଚୀନ ବିରୋଧରେ ସୃଷ୍ଟି ହୋଇଥିବା ସ୍ଥିତିକୁ ସଙ୍କଟ କାଳରେ ସଂଯୋଗ ଦର୍ଶାଇ କହିଛନ୍ତି କି, ‘ସେ ନିଜେ ଏଭଳି ମାମଲାର ଦେଖାଶୁଣା କରିବେ, ନିବେଶକଙ୍କ ଆବଶ୍ୟକତାକୁ ରାଜ୍ୟ ସମ୍ମୁଖରେ ରଖିବେ ଓ ଏକ ବନ୍ଧୁତ୍ୱ ପରିବେଶ ସୃଷ୍ଟି କରିବେ।’
ସିଆଇଆଇର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସୂକ୍ଷ୍ମ, ମଧ୍ୟମ ଓ ଲଘୁ ଉଦ୍ୟୋଗଙ୍କ ବକେୟା ଟଙ୍କା ୪୫ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ବଡ଼ ଉଦ୍ୟୋଗକୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତରରେ ଗଣମାଧ୍ୟମ ଓ ଅନେକ ଲୋକ ଭାବୁଛନ୍ତି କି ଆମ ଉଦ୍ୟୋଗ ଶତ ପ୍ରତିଶତ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭର କରେ। କିନ୍ତୁ ମୁଁ ଏସମ୍ବନ୍ଧରେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲି ଯେ ସେମାନଙ୍କ ଭାଗିଦାରୀ ୧୦ରୁ ୨୦ ପ୍ରତିଶତ ରହିଛି ।