ନୀତିନ ଭାରତର ୬୨ତମ ଟେଷ୍ଟ ଅମ୍ପାୟାର

ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ପରିଚାଳନା କରିବାକୁ ନୀତିନ ମେନନ ମନୋନୀତ ହୋଇଛନ୍ତି। ଏହି ମ୍ୟାଚ୍ରେ ସେ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ନିର୍ବାହ କରିବେ। ନଭେମ୍ବର ୨୭ରେ ହେବାକୁ ଥିବା ଏହି ମ୍ୟାଚ୍ ପରିଚାଳନା ଲାଗି ପଡ଼ିଆକୁ ଆସିବା ପରେ ସେ ଭାରତର ୬୨ତମ ଟେଷ୍ଟ ଅମ୍ପାୟାରରେ ପରିଗଣିତ ହେବେ। ଜଣେ ଅନ୍ତର୍ଜାତୀୟ ଅମ୍ପାୟାର ଭାବେ ମେନନ ୨୨ଟି ଦିନିକିଆ, ୯ଟି ଟି-୨୦, ୪୦ଟି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବଂ ୫୭ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ୍ ପରିଚାଳନା କରିସାରିଛନ୍ତି।