ଖୋର୍ଦ୍ଧା, ଏନ୍ଏନ୍ଏସ୍ : ନିର୍ଭିକତା,ଅନୁସନ୍ଧାନମୂଳକ ଏବଂ ନିରପେକ୍ଷଭାବେ ଖବରକାଗଜ ଜଗତରେ ନିଜକୁ ପ୍ରତିଷ୍ଠିତ କରିଆସୁଥିବା ଦୈନିକ ଖବର କାଗଜ ନିତିଦିନ ର ଏକ ସ୍ୱତନ୍ତ୍ର ଷ୍ଟଲ ସ୍ଥାନୀୟ ଷ୍ଟାଡ଼ିୟମ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁଥିଙ୍କିଙ୍ଗ୍ ଫୋରମ୍ ଆନୁକୂଲ୍ୟରେ ଆୟୋଜିତ ଖୋର୍ଦ୍ଧା ମହୋତ୍ସବରେ ସୋମବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ତଥା ଆଇନଜିବୀ ନରେନ୍ଦ୍ର କୁମାର ପୃଷ୍ଟି ମୁଖ୍ୟ ଅତିଥିଭାବେ ଯୋଗଦେଇ ଷ୍ଟଲର ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥିଭାବେ ସମାଜସେବୀ ଗୌରୀଶଙ୍କର ତ୍ରୀପାଠୀ, ଖୋର୍ଦ୍ଧା ଜିଲ୍ଲା ପ୍ରସାର ମୁଖ୍ୟ ସୁଧାଂଶୁ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଖୁବ ଅଳ୍ପଦିନ ଭିତରେ ନିତିଦିନ ଖବର କାଗଜ ଓଡ଼ିଶାର ୪କୋଟି ଲୋକଙ୍କର ବିଶ୍ୱାସ ଯୋଗ୍ୟ ହେବା ସହିତ ସମାଜରେ ଥିବା ଅବହେଳିତ, ଦୁର୍ବଳ, ନିର୍ଯ୍ୟାତିତ ଏବଂ ଶୋଷିତ ବର୍ଗର ଲୋକଙ୍କ ପାଇଁ ନିମନ୍ତେ ଗଣମାଧ୍ୟମ କାମ କରିବା ପାଇଁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।
ସେହିପରି ଓଡ଼ିଶାର କଳା, ସଂସ୍କୃତି ଓ ବୁଡ଼ିବାକୁ ବସିଥିବା ପାରମ୍ପାରିକ ଲୋକନୃତ୍ୟ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ. ସାମନ୍ତରାୟ ପରିଚାଳନା କରିଥିବାବେଳେ ଜିତେନ୍ଦ୍ର ବେହେରା,ଶ୍ୟାମସୁନ୍ଦର ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।