ଭୁବନେଶ୍ୱର,ଏନ୍ଏନ୍ଏସ୍: ନ୍ୟାସନାଲ୍ ଇନଷ୍ଟିଚ୍ୟସନ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗର ସଦ୍ୟ ପ୍ରକାଶିତ ଡେଲ୍ଟା ର୍ୟାକିଂରେ ଓଡ଼ିଶାରୁ ବଲାଙ୍ଗିର ଜିଲ୍ଲାକୁ ସ୍ଥାନ ଦିଆଯାଇଛି। ୨୦୧୯ ଡିସେମ୍ବରରେ ସ୍ୱାସ୍ଥ୍ୟସେବା ପାଇଁ ଉତ୍ତମ ଭିତ୍ତଭୂମି ଥିବା ଜିଲ୍ଲାଗୁଡିକ ନେଇ ପ୍ରକାଶିତ ଏହି ତାଲିକାର ପ୍ରଥମରେ ଉତ୍ତରପ୍ରଦେଶର ଚାନ୍ଦୌଲି ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି।
ଏହାଛଡ଼ା ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍, ଝଡ଼ଖଣ୍ଡର ସାହିବଗଞ୍ଜ, ଆସାମର ହାଇଲାକାଣ୍ଡି ଜିଲ୍ଲା ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ଏନେଇ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଡେଲ୍ଟା ର୍ୟାକିଂରେ ସ୍ଥାନ ପାଇଥିବା ଦେଶର ବିଭିନ୍ନ ରାଜ୍ୟର ଜିଲ୍ଲାଗଡ଼ିକର ପ୍ରଶାସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବର ୨୦୧୯ ଜୁନରେ ପ୍ରକାଶିତ ଡେଲ୍ଟା ର୍ୟାକିଂରେ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ଭିତ୍ତିଭୂମି ପାଇଁ ରାଜ୍ୟର ନୂଆପଡ଼ା ଜିଲ୍ଲାକୁ ପଞ୍ଚମ ସ୍ଥାନ ଦିଆଯାଇଥିଲା।