ଧୀରୁଭାଇ ଅମ୍ବାନୀ ସ୍କୁଲ୍‌ର ବାର୍ଷିକ ଉତ୍ସବରେ ଶିକ୍ଷକ ଓ ଷ୍ଟାଫ୍‌ଙ୍କୁ ସ୍ତମ୍ଭ କହିଲେ ନୀତା ଅମ୍ବାନୀ

ମୁମ୍ବାଇ: ଧୀରୁଭାଇ ଅମ୍ବାନୀ ଇଣ୍ଟର୍‌ନ୍ୟାସ୍‌ନାଲ୍ ସ୍କୁଲ୍ ଏବଂ ନୀତା-ମୁକେଶ ଅମ୍ବାନୀ ଜୁନିଅର୍ ସ୍କୁଲ୍‌ର ଚେୟାରମ୍ୟାନ୍ ନୀତା ଅମ୍ବାନୀ ସ୍କୁଲ୍‌ର ବାର୍ଷିକ ଉତ୍ସବରେ ଶିକ୍ଷକ ଓ ଷ୍ଟାଫ୍‌ଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ସ୍କୁଲ୍ କେବଳ ଶିକ୍ଷାର କେନ୍ଦ୍ରବିନ୍ଦୁ ନୁହେଁ ବରଂ ଏହା ପିଲାଙ୍କୁ ଏକ ଭଲ ମଣିଷ ଗଢ଼ି ତୋଳିବାର ପ୍ରମୁଖ ମାଧ୍ୟମ। ପିଲାଙ୍କ ପ୍ରତି ଆମର ଦାୟିତ୍ୱବୋଧ ଥିବାରୁ ଆମେ ଆଜି ସବୁକିଛି ହୃଦୟର ସହ କରିପାରୁଛୁ। ମୁଁ ଆମ ସ୍କୁଲ୍‌ର ସ୍ତମ୍ଭ ତଥା ଶିକ୍ଷକ, ଷ୍ଟାଫ୍‌, ବସ୍ ଦିଦି, ହାଉସ୍‌କିପିଂ ଭାଇ ଦିଦି, କ୍ୟାଣ୍ଟିନ୍ ଷ୍ଟାଫ୍ ଓ ସିକ୍ୟୁରିଟି ଟିମ୍‌କୁ ଧନ୍ୟବାନ ଜଣାଉଛି। ସେମାନଙ୍କ ବିନା ଆମ ପିଲାଙ୍କ ସର୍ବାଙ୍ଗୀଣ ଉନ୍ନତି ସମ୍ଭବ ନୁହେଁ।

ଶ୍ରୀମତୀ ଅମ୍ବାନୀ ନିଜ ସମ୍ବୋଧନରେ ସ୍ୱାମୀ ମୁକେଶ ଅମ୍ବାନୀଙ୍କୁ ନିଜ ପ୍ରେରଣାର ସ୍ରୋତ ଓ ସମର୍ଥକ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ମୁକେଶଙ୍କ ଦୃଢ଼ ସହଯୋଗ ଓ ମାର୍ଗଦର୍ଶନ ବିନା ଏସବୁ ସମ୍ଭବ ହୋଇପାରିନଥାନ୍ତା। ତାଙ୍କ ପ୍ରେରଣା ଓ ସମର୍ଥନ ବଳରେ ଆମେ ପିଲାଙ୍କୁ ଉତ୍ତମ ଶିକ୍ଷା ଓ ସୁବିଧା ପ୍ରଦାନ କରିପାରୁଛୁ।