ମୁମ୍ବାଇ,ଏଜେନ୍ସି: ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ଜୁଲାଇ ୨୬ରେ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରିଲାୟନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ନୀତା ଅମ୍ବାନୀ ଭାରତ ପକ୍ଷରୁ ପୁନର୍ବାର ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି(ଆଇଓସି)ର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତିରେ ଭାରତ ପକ୍ଷରୁ ସଦସ୍ୟ ହେବା ପାଇଁ ତାଙ୍କୁ ସମସ୍ତ ୯୩ ସଦସ୍ୟଙ୍କ ସମର୍ଥନ ମିଳିଛି । ଏହାପୂର୍ବରୁ ୨୦୧୬ ରିଓ ଅଲମ୍ପିକ୍ସରେ ସେ ଆଇଓସି ସଦସ୍ୟ ରୂପେ ମନୋନୀତ ହୋଇଥିଲେ। ତେବେ ୮ ବର୍ଷ ପରେ ତାଙ୍କୁ ଏହି ସମ୍ମାନ ମିଳିଛି ।
ପୁନର୍ବାର ନିଯୁକ୍ତି ପାଇବା ପରେ ନୀତା ଅମ୍ବାନୀ କହିଛନ୍ତି ଯେ, ‘ମୁଁ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ ସମିତିର ସଦସ୍ୟ ରୂପେ ପୁନର୍ବାର ନିର୍ବାଚିତ ହେବାକୁ ନେଇ ଖୁବ୍ ସମ୍ମାନିତ ଅନୁଭବ କରୁଛି । ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ରାଷ୍ଟ୍ରପତି ଥୋମାସ୍ ବାକ୍ ଏବଂ ଆଇଓସିର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ପୁର୍ନନିର୍ବାଚନ କେବଳ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ ବରଂ ବୈଶ୍ୱିକ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢ଼ୁଥିବା ପ୍ରଭାବର ଏକ ମାନ୍ୟତା ମଧ୍ୟ । ମୁଁ ଏହି ଖୁସି ଓ ଗର୍ବର ମୁହୂର୍ତ୍ତକୁ ପ୍ରତ୍ୟେକ ଭାରତୀୟଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଭାରତ ଏବଂ ବିଶ୍ୱରେ ଅଲମ୍ପିକ୍ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଆମ ପ୍ରୟାସ ଜାରି ରଖିବାକୁ ତତ୍ପର ଅଛି ।’
ରିଲାୟନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ରୂପେ ନୀତା ଅମ୍ବାନୀ ସମ୍ପଦ ଓ ସୁଯୋଗ ସହିତ ଲକ୍ଷାଧିକ ଭାରତୀୟଙ୍କୁ ସଶକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି । ସମଗ୍ର ଭାରତରେ କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ କାର୍ଯ୍ୟ କରୁଛନ୍ତି । ନଜର ବିଭିନ୍ନ ଅଭିଯାନ ବଳରେ ରିଲାୟନ୍ସ ଫାଉଣ୍ଡେସନ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି । ଅପହଞ୍ଚ ଅଞ୍ଚଳ ଯେଉଁଠି କ୍ରୀଡ଼ା ଏବଂ କ୍ରୀଡ଼ା ସାମଗ୍ରୀ ପହଞ୍ଚାଇବାରେ ସମମ୍ୟା ଉପୁଜିଛି ସେଠାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ରିଲାୟନ୍ସ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ।
ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି(ଆଇଓସି) ସହ ବହୁଦିନ ହେବ ପାର୍ଟନରସିପ୍ ଥିବାରୁ ରିଲାୟନ୍ସ ଫାଉଣ୍ଡେସନ ଚଳିତ ବର୍ଷ ଗ୍ରୀଷ୍ମରେ ପ୍ରଥମଥର ପାଇଁ ‘ଭାରତୀୟ ଘର’ ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ରେ ଖୋଲିଥିଲା । ଏହି ‘ଭାରତୀୟ ଘର’ ଘରଠୁ ଦୂରେରେ ରହୁଥିବା ଆଥଲିଟ୍ଙ୍କ ପାଇଁ ଘର ଭଳି କାର୍ଯ୍ୟ କରିବ । ଯେଉଁଠି ସେମାନେ ନିଜର ଅଲମ୍ପିକ ଯାତ୍ରା ଓ ବିଜୟକୁ ସମଗ୍ର ବିଶ୍ୱ ସହ ପାଳନ କରିପାରିବେ । ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ଦବ୍ଦବାକୁ ପରଚାଳିତ କରିବା ପାଇଁ ଏହା ଏକ ଅସ୍ତ୍ର ରୂପେ କାର୍ଯ୍ୟ କରିବ ।