ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ମାସାଚୁସେଟ୍ସର ରାଜ୍ୟପାଳ ମୌରା ହିଲିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।ଏଥିରେ ଶ୍ରୀମତୀ ଅମ୍ବାନୀଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା, ଦୟାଳୁ ସମାଜସେବୀ ଏବଂ ପ୍ରକୃତ ବିଶ୍ୱ ପରିବର୍ତ୍ତନକାରୀ ଭାବରେ ସ୍ୱୀକୃତି ଦିଆଯାଇଛି। ଏହି ପୁରସ୍କାର ଶ୍ରୀମତୀ ଅମ୍ବାନୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା, କଳା,
ସଂସ୍କୃତି ଏବଂ ମହିଳା ସଶକ୍ତିକରଣରେ ପରିବର୍ତ୍ତନକାରୀ ପ୍ରଭାବ ପ୍ରତି ଜୀବନବ୍ୟାପୀ ସମର୍ପଣକୁ ସମ୍ମାନ ଜଣାଇଥିଲା ବେଳେ ଏହା ଭାରତ ଏବଂ ଭାରତ ବାହାରେ ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିଛି। ବୋଷ୍ଟନ୍ରେ ଏହି ବିଶେଷ ଅବସରରେ
ଶ୍ରୀମତୀ ଅମ୍ବାନୀ ପୁଣି ଥରେ ଏକ ଚମତ୍କାର ହାତବୁଣା ଶିକାରଗା ବନାରସୀ ଶାଢ଼ି ପିନ୍ଧି ଭାରତର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ଶୀର୍ଷ ସ୍ତରରେ ପହଞ୍ଚାଇଛନ୍ତି। ଯାହା ଜଟିଳ କଡୱା ବୟନ କୌଶଳ ଏବଂ ପାରମ୍ପରିକ କୋନିଆ ଡିଜାଇନ୍ ସହିତ ଭାରତୀୟ କାରିଗରୀର ଏକ ଉତ୍କୃଷ୍ଟ କୃତି ବୋଲି ଜଣାପଡ଼ିଛି।