ଡିସେମ୍ବର ଶେଷସୁଦ୍ଧା ଏନଆଇଟିର ସବୁ ଖାଲି ପଦବୀ ପୂରଣ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି(ଏନଆଇଟି)ର ବଳକା ଥିବା ସବୁ ଟିଚିଂ ପଦବୀ ପୂରଣ କରାଯିବ। ତେବେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୨୨ଶହ ଅଧ୍ୟାପକ, ଅଧ୍ୟାପିକା ପଦବୀ ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ବୂୁଧବାର ଆୟୋଜିତ ପରିଷଦ ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପି ନିଶାଙ୍କ ଏ ସମ୍ପର୍କରେ ଆଲୋଚନା କରିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଚଳିତବର୍ଷ ଶେଷ ସୁଦ୍ଧା ଖାଲି ପଦବୀ ପୂରଣ ହେବ ବୋଲି ଏନଆଇଟିର ଅଧିକାରୀମାନେ ସୂଚନା ଦେଇଛନ୍ତି।

ଗୁଣାତ୍ମକ ଶିକ୍ଷା ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ମାନ୍ୟତା ପାଇବା ଲାଗି ଉନ୍ନତ ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷାଦାନର ଆବ୍ୟାକତା ରହିଛି। ଶିକ୍ଷାନୁଷ୍ଠାନଗୁଡିକରେ ଖାଲି ପଦବୀ ରହିଲେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେବା ସହ ଏକ ତାଲିକାରେ ମଧ୍ୟ ପଛୁଆ ରହିବ। ଏହାବ୍ୟତୀତ ନିଯୁକ୍ତିରେ ସର୍ବାଧିକ ସ୍ୱଚ୍ଛତା ରଖିବା ସହ ମେଧାବୀ ଏବଂ ଗବେଶକଙ୍କୁ ଯେପରି ସେମାନଙ୍କର ଦକ୍ଷତା ଅନୁଯାୟୀ ନିଯୁକ୍ତି ମିଳିବ ସେ ଦିଗରେ ମଧ୍ୟ ନଜର ଦେବାକୁ ପରାମର୍ଶ ଦିଆଯାଇଛି।