ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା ପୱନ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ୍ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ମାର୍ଚ୍ଚ ୩ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡେଥ୍‌ ୱାରେଣ୍ଟ ଜାରି କରାଯାଇଥିଲା । ହେଲେ ଏହାକୁ ଘୁଞ୍ଚାଇବାକୁ ଦୋଷୀଙ୍କ ପକ୍ଷରୁ ଆଉ ଏକ ଉଦ୍ୟମ କରାଯାଇଛି । ଦୋଷୀ ପୱନ୍ ଗୁପ୍ତା ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ ଫାଶୀ ଦଣ୍ଡାଦେଶକୁ ଆଜୀବନ କରାଦଣ୍ଡରେ ବଦଳାଇ ଦେବାକୁ ଅନୁରୋଧ କରାଯାଇଛି । ଏହା ପୂର୍ବରୁ ନିର୍ଭୟା ମାମଲାର ଅନ୍ୟ ୩ ଦୋଷୀ ଅକ୍ଷୟ, ବିନୟ ଓ ମୁକେଶଙ୍କର କ୍ୟୁରେଟିଭ ପିଟିଶନ ଓ ରାଜକ୍ଷମା ଆବେଦନ ଖାରଜ ହୋଇ ସାରିଛି ।