ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ପ୍ରଦାନ ସକାଶେ ଜିଲ୍ଲାପାଳଙ୍କୁ ଦାବିପତ୍ର

ରାୟଗଡା, ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା ନିର୍ମାଣ ଶ୍ରମିକ ମାହାସଂଘ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟଳରେ ନିର୍ମାଣ ଶ୍ରମିକଙ୍କୁ ଅସହଯୋଗ ତଥା କର୍ମଚାରୀ ଶ୍ରମିକଙ୍କୁ ସରକାରୀ ସୁଫଳ ପାଇବାରୁ ବଚିଂତ କରୁଥିବା ଦର୍ଶାଇ ସଂଘ ସଭାପତି ନିରନ ପାତ୍ରଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲ।ରେ ୬୦ହଜାରରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ପଞ୍ଜୀକରଣ ହୋଇଥିବା ସ୍ଥଳେ ଦୀର୍ଘ ଦିନରୁ ସରକାରୀ ସୁବିଧା ପାଇବା ପାଇଁ ଆବେଦନ କରୁଥିଲେ ସୁଦ୍ଧା ବିଭାଗିୟ ଅଧିକାରୀ ଏଥିପ୍ରତି ଧ୍ୟନ ଦେଉ ନାହାନ୍ତି।

ଜିଲ୍ଲାରେ ପ୍ରତିଦିନ ବହୁ ସଂଖ୍ୟାରେ ରାଜ୍ୟ ତଥା ପଡ଼ୋଶୀ ଆନ୍ଧ୍ରା ଅଚଂଳକୁ ଦାଦନ ଖଟିବା ପାଇଁ ଯାଉଥିବା ବେଳେ ଉକ୍ତ ଶ୍ରମିକଙ୍କୁ ତୁରନ୍ତ ପଞ୍ଜୀକୃତ କରାଯାଇ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ସଂଘ ସଦସ୍ୟ ଏଠାରେ ଦାବି କରିଛନ୍ତି । ଶ୍ରମିକ କର୍ଯ୍ୟାଳୟରେ ଜିଲା ଶ୍ରମ ଅଧିକାରୀ ଡେପୁଟେସନରେ ରହିଥିବାବେଳେ କାର୍ଯ୍ୟଳୟକୁ ଆସୁଥିବା ଶ୍ରମିକ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଜିଲ୍ଲାରେ ଶ୍ରମିକଙ୍କ ସମସ୍ୟା ସମାଧାନ ଘଟୁନାହିଁ। ତୁରନ୍ତ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତ ପ୍ରଦାନ କରିବା ସହ ଉପରୋକ୍ତ ଦାବି ସଂମ୍ପର୍କରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନଦେଲେ ଜିଲ୍ଲାରେ ୫୦ହଜାରରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ଏହି ଅବସରରେ ଜିଲ୍ଲା ଶ୍ରମିକ ମହାସଂଘ ଉପସଭାପତି ଗଣେଶ୍ୱର ହିମିରିକା, ଅନିଲକୁମାର ମହାପାତ୍ରଙ୍କ ସମେତ ସଂଯୋଜକ ରୁଣାକୁମାର ନାୟକ ଓ ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।