ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ୍ କୁମାର ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନା ଦିଆଯାଇଛି । ପବନର ରାଜକ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆସି ନ ଥିବାରୁ ମାର୍ଚ୍ଚ ୩ ତାରିଖ ଲାଗି ୪ ଦୋଷୀଙ୍କ ନାମରେ ଜାରି ମୃତ୍ୟୁ ପରୱାନାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ସୋମବାର ଦିନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ବର୍ତ୍ତମାନ ରାଷ୍ଟ୍ରପତି ପବନ କୁମାରର ରାଜକ୍ଷମା ଆବେଦନ ଖାରଜ କରିବା ପରେ ପୁଣି ଥରେ ୪ ନିର୍ଭୟା ଦୋଷୀଙ୍କ ଫାଶୀ ଲାଗି ପଥ ପରିଷ୍କାର ହୋଇଯାଇଛି ।