କ୍ୟୁରେଟିଭ ପିଟିସନ ଖାରଜ : ଫାଶୀ ପକ୍କା

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆସନ୍ତା ୨୨ରେ ଫାଶୀଦଣ୍ଡ ପାଇବାକୁ ଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ୍ ପିଟିସନ୍ (ଆଇନଗତ ପ୍ରତିକାରମୂଳକ ଆବେଦନ)ର ମଙ୍ଗଳବାର ଶୁଣାଣି ସରିଛି। କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏନଭି ରମାନା, ଅରୁଣ ମିଶ୍ର, ଆରଏଫ୍ ନରିମାନ, ଆର୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଶୁଣାଣି ସରିଛି।

ଗତ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏହି ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ପରୱାନା (ଡେଥ୍ ୱାରେଣ୍ଟ୍) ଜାରି କରି ଜାନୁଆରୀ ୨୨ ସକାଳ ୭ଟାରେ ତିହାର ଜେଲ୍ ପରିସରରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ୪ ଜଣଙ୍କୁ ଫାଶୀ ଦିଆଯିବା ଲାଗି ତିହାର ଜେଲରେ ପ୍ରସ୍ତୁତି ଚାଲିଛି। ସେମାନଙ୍କୁ ଫାଶୀ ଦେବାଲାଗି ଘାତକ ପ୍ରସ୍ତୁତ ହୋଇଗଲେଣି ବୋଲି ଜେଲ୍ ସୂତ୍ରରୁ ଜଣାପଡ଼ିଛି।