ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ : ଆଜି ହେବ କ୍ୟୁରେଟିଭ ପିଟିସନର ଶୁଣାଣି

ନୂଆଦିଲ୍ଲୀ : ଆଜି ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ୱାରା ଦାଏର କରାଯାଇଥିବା କ୍ୟୁରେଟିଭ ପିଟିଶନର ଶୁଣାଣି କରିବେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଜଜଙ୍କ ଖଣ୍ଡପୀଠ । ଏହି ଖଣ୍ଡପୀଠରେ ଜଷ୍ଟିସ ଏନ୍‌ବି ରମନା, ଅରୁଣ ମିଶ୍ର, ଆରଏଫ ନରୀମନ, ଆର ଭାନୁମତୀ ଏବଂ ଅଶୋକ ଭୂଷଣ ସାମିଲ ଅଛନ୍ତି ।

କ୍ୟୁରେଟିଭ ପିଟିଶନ କାନୁନର ଏକ ଶବ୍ଦ । ଏହା ସେହି ସମୟରେ ଦାଏର କରାଯାଇଥାଏ ଯେତେବେଳେ କୌଣସି ଦୋଷୀର ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା ଯାଚିକା ଏବଂ ସୁପ୍ରିମକୋର୍ଟରେ ପୁନର୍ବିଚାର ଖାରଜ କରାଯାଇଥାଏ । ଏପରି ସ୍ଥିତିରେ କ୍ୟୁରେଟିଭ ପିଟିଶନ ଦୋଶୀଙ୍କ ପାଖରେ ଥିବା ଶେଷ ସୁଯୋଗ ଯାହା ଦ୍ୱାରା ସେ ନିଜ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦଣ୍ଡରେ କହୋଳତା ପାଇଁ ନିବେଦନ କରିପାରିବ । କ୍ୟୁରେଟିଭ ପିଟିଶନ ଯେକୌଣସି ମାମଲାରେ କୋର୍ଟରେ ଶୁଣାଣିର ଶେଷ ପର‌୍ୟ୍ୟାୟ ହୋଇଥାଏ । ଏହାର ନିଷ୍ପତ୍ତି ଆସିବା ପରେ ଦୋଷୀ କୌଣସି ବି ପ୍ରକାରର ଆଇନଗତ ସାହାଯ୍ୟ ଆଉ ନେଇ ପାରିବେନି ।

ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଥିଲା । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍ ରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏନେଇ ପୂର୍ବରୁ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି, ତେବେ ମୃତ୍ୟୁଦଣ୍ଡରୁ ବଞ୍ଚିବା ପାଇଁ ଏହା ଅଭିଯୁକ୍ତ ମାନଙ୍କ ଶେଷ ପ୍ରୟାସ ବୋଲି ଆଲୋଚନା ହେଉଛି ।