ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀ ବିନୟର ଚାଲ୍ ଫେଲ୍ ମାରିଛି। ଫାଶିକୁ ବିଳମ୍ବିତ କରିବା ପାଇଁ ଦୋଷୀ ବିନୟ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ । ଶନିବାର ପଟିଆଲା ହାଉସ୍ କୋର୍ଟ ଦୋଷୀ ବିନୟ ତାର ଓକିଲ ଏ.ପି.ସିଂହ ଦ୍ୱାରା ମାନସିକ ରୂପରେ ଅସୁସ୍ଥ ଥିବା ଏବଂ ତାକୁ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକତାକୁ ନେଇ ଯେଉଁ ପିଟିସନ ଦାଖଲ କରିଥିଲା ତାହାକୁ ଖାରଜ କରିଦେଇଛନ୍ତି ।
କୋର୍ଟ ଦୋଷୀ ବିନୟର ପିଟିସନ ଖାରଜ କରିବା ସହ କୌଣସି ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଫାଶିଦଣ୍ଡ ପାଇଥିବା ଏବଂ ଡେଥ୍ ୱାରେଣ୍ଟ ଜାରି ହୋଇସାରିଥିବା ଦୋଷୀମାନଙ୍କ ମାନସିକସ୍ଥିତି ଖରାପ ରହିବା ସାମାନ୍ୟ କଥା । ଜେଲ୍ ପକ୍ଷରୁ ଦୋଷୀମାନଙ୍କ ମାନସିକସ୍ଥିତିକୁ ଠିକ କରିବା ପାଇଁ ମାନସିକ ଚିକିତ୍ସା କରାଯିବା ସହ ମନସ୍ତତ୍ୱବିତଙ୍କ ସହାୟତା ମଧ୍ୟ ନିଆଯାଉଛି। ଏଣୁ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ବାହାରକୁ ଯିବା ଆବଶ୍ୟକତା ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇ ଦେଇଛନ୍ତି ।