ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍‍ : ଫାଶୀ ରୋକିବାକୁ ଆଇସିଜେଙ୍କ ଶରଣରେ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଫାଶୀରୁ ବର୍ତ୍ତିବାକୁ ଏବେ ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ଶରଣ ପଶିଛନ୍ତି । ଦୋଷୀଙ୍କ ଓକିଲ ଏ.ପି. ସିଂହ ଆନ୍ତର୍ଜାତିକ ନ୍ୟାୟାଳୟକୁ ଏକ ପତ୍ର ଲେଖିଛନ୍ତି । ୨୦ ମାର୍ଚ୍ଚରେ ହେବାକୁ ଥିବା ଫାଶୀ ଉପରେ ରୋକ୍‍ ଲଗାଇବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ଏହା ସହିତ ଉଲ୍ଲେଖ ରହିଛି, ନିମ୍ନ ଅତାଲତରୁ ସମସ୍ତ ଦସ୍ତାବିଜ୍‍ ନ୍ୟାୟାଳୟ ନିଜ ପାଖକୁ ମଗାନ୍ତୁ, ଯଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟରେ ସେ ତାଙ୍କ ପକ୍ଷ ରଖିପାରିବେ । ଏହି ପତ୍ରକୁ ନେଦରଲାଣ୍ଡ ଦୂତାବାସକୁ ଦିଆଯାଇଛି, ଯାହା ଆଇସିଜେଙ୍କ ନିକଟକୁ ପଠାଯାଇଛି। ଏହା ପୂର୍ବରୁ ଦୋଷୀ ମୁକେଶ ସିଂହକୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଫାଶୀ ରୋକିବାର ତା’ର ଆଉ ଏକ ଚେଷ୍ଟା ବିଫଳ ହୋଇଛି । ସୁପ୍ରିମକୋର୍ଟ ତା’ର ଆବେଦନ ଖାରଜ କରି ଦେଇଛନ୍ତି । ଆବେଦନରେ ମୁକେଶ ନିଜ ପ୍ରଥମ ଓକିଲ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲା ।