ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ମୁଖ୍ୟମନ୍ତ୍ରୀ : ନିରଞ୍ଜନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଡିଜେଲର ୩୦% ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି। ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଏବଂ ସବୁ ସାମଗ୍ରୀର ମୂଲ୍ୟ କମିବାସହ ଅର୍ଥ ନିତିର ଅଭିବୃଦ୍ଧି ଘଟିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଦିଲ୍ଲୀ ଭଳି ଓଡ଼ିଶା ରାଜ୍ୟ ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି। ବେକାରୀ ବେରୋଜଗାରୀ ବଢ଼ିଛି। ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି। ଏଭଳି ଏକ କଠିନ ସମୟରେ ଦିଲ୍ଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡ଼ିଶା ସରକାର ସେଭଳି କିଛି ନିଷ୍ପତ୍ତି ନିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି।