ଅକ୍ଟୋବର ୧୭ ଯାଏ ବଢ଼ିଲା ନୀରବଙ୍କ ରିମାଣ୍ଡ ଅବଧି

ଲଣ୍ଡନ,ଏଜେନ୍ସି: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରୁ ବହୁ କୋଟି ଟଙ୍କାର ଋଣ ନେଇ ଲଣ୍ଡନ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୧୭ ଯାଏ ବୃଦ୍ଧି କରାଯାଇଛି। ଯାହାଫଳରେ ନୀରବ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ।

ୟୁକେ କୋର୍ଟ ଏହି ନିର୍ଦ୍ଦେଶ ଶୁଣାଇବା ସହିତ ଏହା ଆସନ୍ତାବର୍ଷ ମେ’ ମାସରେ ତାଙ୍କ ପ୍ରତ୍ୟର୍ପଣ ଶୁଣାଣି ଦିଗରେ ସହଯୋଗ କରିବ ବୋଲି ସେ କହିଛନ୍ତି। ୟୁକେର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଲଣ୍ଡନ ଜେଲ୍‌ରୁ ଭିଡିଓ ଲିଙ୍କ୍‌ ଜରିଆରେ ଗୁରୁବାର ଏହି ମାମଲାର ଶୁଣାଣି କରାଯାଇଛି।