୭ ବର୍ଷୀୟା ଜ୍ୟୋତିର୍ବିଜ୍ଞାନୀ

  • ବ୍ରାଜିଲ: ଛୋଟ ସିନା ବୁଦ୍ଧି ତା’ର ମହାନ। ବୟସ ମାତ୍ର ୭ ବର୍ଷ । ନାଁ ନିକୋଲ ଓଲିଭିଏରା। ଏତେ କମ୍ ବୟସରେ ତାଙ୍କ କାମ ଦେଖି ନାସା ବି ଆଶ୍ଚର୍ଯ୍ୟ ହୋଇଛି। ୭ଟି ଏଷ୍ଟରଏଡ୍ର ଆବିଷ୍କାର କରିଥିବା ଏହି ୭ବର୍ଷୀୟା ବ୍ରାଜିଲିଆନ୍ ଝିଅ ନିକୋଲଙ୍କୁ ଦୁନିଆର ସବୁଠୁ କମ୍ ବୟସର ଆଷ୍ଟ୍ରୋନୋମରଭାବେ ନାମିତ କରାଯାଇଛି। ନିକୋଲଙ୍କର ସ୍ପେସ୍ ଓ ଆଷ୍ଟ୍ରୋନୋମୀ ପ୍ରତି ଉତ୍ସାହ ସେତେବେଳେ ଆରମ୍ଭ ହେଲା, ଯେବେ ସେ ୨ବର୍ଷର ଥିଲେ।
    ଟ୍ରେନ୍ ହର୍ଣ୍ଣର ବି ଥାଏ ସ୍ୱତନ୍ତ୍ର କୋଡ୍ , ଜାଣନ୍ତୁ…
    ନିକୋଲ ଏଷ୍ଟେରଏଡ୍ ହଣ୍ଟ ସିଟିଜନ ସାଇନ୍ସ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିଲେ। ଯାହାକି ଅନ୍ତର୍ରାଷ୍ଟ୍ରୀୟ ଆଷ୍ଟ୍ରୋନୋମିକାଲ ସର୍ଚ୍ଚ କୋଲାବୋରେସନ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏଥିରେ ନାସା ବି ସଂପୃକ୍ତ ଅଛି। ବ୍ରାଜିଲିଆନ୍ ନ୍ୟୁଜ ଏଜେନ୍ସି ଆର ୭ ଅନୁସାରେ, କମ୍ ବୟସରେ ଓଲିଭିଏରାଙ୍କର ଜ୍ୟୋତିର୍ବିଜ୍ଞାନ ପ୍ରତି ଇଚ୍ଛା ଅନେକ ଗୁଣା ବଢିଯାଇଛି।
    ବିଶ୍ୱର ସବୁଠୁ କମ୍ ବୟସର ଆଷ୍ଟ୍ରୋନୋମର:
    ଯେବେ ନିକୋଲ ୨ ବର୍ଷର ହୋଇଥିଲେ, ସେତେବେଳେ ସେ ମା’ଙ୍କୁ ଏକ ଛୋଟ ତାରା ଦେବାକୁ କହିଥିଲେ। ଯେବେ ସେ ଷ୍ଟାରମାନଙ୍କ ଉପରେ ରିସର୍ଚ୍ଚ କରୁଥିଲେ, ସେତେବେଳେ ସେ ଷ୍ଟେରଏଡ୍ଗୁଡ଼ିକୁ ଖେଳନା ବୁଝୁଥିଲେ। ହେଲେ ତାଙ୍କୁ ଜଣାନଥିଲା କି ସେ ବାସ୍ତବରେ କ’ଣ ଆବିଷ୍କାର କରିଛନ୍ତି।