ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ଘଟିଛି । ଶ୍ରଦ୍ଧାଙ୍କ ପରି ନିକି ଯାଦବ ନାମକ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭଇନ୍ ପାର୍ଟନର ସାହିଲ ଗେହଲଟ ହତ୍ୟା କରି ମୃତଦେହକୁ ଫ୍ରିଜରେ ରଖିଥିଲେ । ଆଉ ପୋଷ୍ଟମର୍ଟମ ମାଧ୍ୟମରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଡାକ୍ତରଙ୍କ ଅନୁଯାୟୀ, ନିକିଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ଘଟିଛି । ମୃତଦେହ ଫ୍ରିଜରେ ଥିବା ଯୋଗୁ ମୃତ୍ୟୁର ପ୍ରକୃତ ସମୟ କହିବା ସମ୍ଭବ ନୁହେଁ । ଶରୀରରେ ଆଘାତର କୌଣସି ଚିହ୍ନ ନାହିଁ । ଭିସରାକୁ ମଧ୍ୟ ସୁରକ୍ଷିତ ରଖାଯାଇଛି ।
କ୍ରାଇମବ୍ରାଞ୍ଚ ଡିସିପି ସତୀଶ କୁମାର କହିଛନ୍ତି ଯେ, ଅଭିଯୁକ୍ତ ସାହିଲକୁ ୫ଦିନ ରିମାଣ୍ଡରେ ରଖାଯିବ । ସାହିଲର ଜେରା ଚାଲିଥିବାବେଳେ ଆମର ଅନେକ ଟିମ୍ ଏହି ମାମଲାରେ ତଦନ୍ତ କରୁଛି । ଆମେ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି । ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଫରେନସିକ ଯାଞ୍ଚ ଆଧାରରେ ପ୍ରମାଣ ଏକତ୍ରିତ କରାଯାଉଛି ।