ଗିରଫ କରିବା ପୁଲିସକୁ ମହଙ୍ଗା ପଡିଲା : ପୁଲିସକୁ ଅଟକ ରଖିଲେ ଗ୍ରାମବାସୀ

କେନ୍ଦ୍ରାପଡା, ଏନ୍ଏନ୍ଏସ୍ : କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କୋର୍ଟରେ ନ୍ୟାୟପାଇଁ ଆବେଦନ କରିଥିବା ଜଣେ ନିର୍ଦ୍ଦୋଶୀ ଲୋକକୁ ନିକରାଇ ଥାନା ପୁଲିସ ମଙ୍ଗଳବାର ଭୁଲରେ ଉଠାଇନେବାକୁ ନେଇ ସ୍ଥାନୀୟ କୋର ଗ୍ରାମରେ ଗ୍ରାମରେ ଉତେଜନା ପ୍ରକାଶ ପାଇଛି। ଏପରିକି ତାଙ୍କ ଠାରୁ କୈାଣସି କଥା ନଶୁଣି ନିର୍ବିଚାରରେ ପୁଲିସ ଆଣି ଉପଜିଲ୍ଲପାଳଙ୍କ କୋର୍ଟରେ ହାଜର କରିବାକୁ ଯିବାବେଳେ ଉପଜିଲ୍ଲପାଳ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିବାପରେ ପୁଲିସ ନିଜ ଭୁଲ ବୁଝିପାରି ନେଇ ତାଙ୍କୁ ନେଇ ନିଜ ଗାଁ’ରେ ଛାଡ଼ିଥିଲେ। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକମାନେ ୪ ଜଣ ପୁଲିସ ସହିତ ଗାଡିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।

ଖବରରୁ ପ୍ରକାଶ , ନିକରାଇ ଥାନା ଅନ୍ତର୍ଗତ କୋର ଗ୍ରାମର ନିରଂଜନ ନାୟକଙ୍କ ସ୍ତ୍ରୀ ୨୦୧୭ ମସିହାରେ ମୃତ୍ୟୁ ବରଣ କରିଥିଲେ। ଏହାକୁ ନେଇ ନିରଂଜନଙ୍କ ଶ୍ୱଶୁର ଘର ଲୋକ ଅସନ୍ତୋଷ ପ୍ରକାଶ କରିବା ସହିତ ତାଙ୍କ ନାବାଳିକା ଝିଅକୁ ନିଜ ଘରେ ରଖିଥିଲେ। ନିରଂଜନ ନିଜ ଝିଅକୁ ପାଖରେ ରଖିବାକୁ ଚାହୁଁଥିଲେ ମଧ୍ୟ ଶ୍ୱଶୁରଘର ଲୋକ ଛାଡୁନଥିଲେ। ଏହାକୁ ନେଇ ନିରଂଜନ ନିଜ ଝିଅକୁ ଫେରିପାଇବାକୁ ତାଙ୍କ ଓକିଲଙ୍କ ଜରିଆରେ କେନ୍ଦ୍ରାପଡ଼ା ସବକଲେକ୍ଟରଙ୍କ କୋର୍ଟରେ ଝିଅକୁ ପାଖକୁ ଆଣିବାକୁ ମାମଲା ଦାଏର କରିଥିଲେ। ମଙ୍ଗଳବାର ଏହି ଘଟଣାର ତାରିଖ ଥିବାରୁ ମାମୁଁ ଘରେ ରହୁଥିବା ନାବାଳିକା ଝିଅକୁ ସବକଲେକ୍ଟରଙ୍କ କୋର୍ଟରେ ହାଜର କରିବାକୁ କୋର୍ଟପକ୍ଷରୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବଲା। ଏହି ନୋଟିସକୁ ଥାନା ଅଧିକାରୀ ବୁଝିନପାରି ଝିଅ ବଦଳରେ ତା’ର ବାପା ନିରଂଜନକୁ ଯୋର ଜବରଦସ୍ତ ଘରୁ ଉଠାଇ ଆଣି ନ୍ୟାୟାଳୟରେ ପେସ କରିଥିଲେ। ଏପରିକି ନିରଜଂନ କହିଲେ ମଧ୍ୟ ସେମାନେ ଶୁଣିନଥିଲେ। ତେବେ ଏହି ଘଟଣାରେ ଉପ ଜିଲ୍ଲପାଳ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବାପରେ ପୁଲିସ ନିଜ ଭୁଲ ବୁଝିପାରି ତାକୁ ନେଇ କୋର ଗ୍ରାମରେ ଛାଡ଼ିଥିଲେ। ଏହିଘଟଣାରେ ଗ୍ରାମବାସୀମାନେ ୪ ଜଣ ପୁଲିସ କର୍ମଚାରୀଙ୍କ ସହିତ ଗାଡିକୁ ଦୀର୍ଘ ସମୟ ଅଟକ ରଖିବା ସହିତ ତୀବ୍ର ପ୍ରତିବାଦ କରିଥିଲେ। ଖବରପାଇ ନିକରାଇ ଥାନା ଅଧିକାରୀ ଉକ୍ତ ଗ୍ରାମରେ ପହଂଚି ନିଜର ଭୁଲ ସ୍ୱିକାର କରିବା ସହିତ ଲୋକଙ୍କୁ ବୁଝାଇବାପରେ ଯାଇ ଗ୍ରାମବାସୀମାନେ ଅଟକ ରଖିଥିବା ଗାଡି ଓ ପୁଲିସକୁ ଛାଡ଼ିଥିଲେ।