ଡିସେମ୍ବର ୧ରୁ ରାତ୍ରୀକାଳୀନ କର୍ଫ୍ୟୁ: ନିୟମ ଭାଙ୍ଗିଲେ ଜୋରିମାନା

ଚଣ୍ଡୀଗଡ଼: ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ନେଇ ଘୋଷଣା କରିଛନ୍ତି। ଫଳରେ ଡିସେମ୍ବର ୧ରୁ ପଞ୍ଜାବର ସମସ୍ତ ସହର ଓ ଗାଁରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯିବ। ଡିସେମ୍ବର ୧ରୁ ହୋଟେଲ, ରେସ୍ତୋରାଁ ଓ ବିବାହ ସ୍ଥଳକୁ ରାତି ୯ଟା ୩୦ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ରାଜ୍ୟରେ ଜାରି ହୋଇଥିବା କରୋନା ସମ୍ବନ୍ଧୀୟ ନିୟମକୁ ନ ମାନିଲେ ଦୁଇଗୁଣା ଫାଇନ ଲଗାଯିବ। ଡିସେମ୍ବର ୧୫ରେ ଏହି କଟକଣାକୁ ସମୀକ୍ଷା କରାଯିବ ବୋଲି ଜଣାପଡ଼ିିଛି।