ଗୁଜରାଟର ୨୦ ସହରରେ ନାଇଟ୍ କର୍ଫ୍ୟୁ ଜାରି

ଅହମ୍ମଦାବାଦ, ଏଜେନ୍ସି: ଗୁଜରାଟ ସରକାର ଏପ୍ରିଲ ୭ ଅର୍ଥାତ ବୁଧବାରଠାରୁ ୨୦ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଏପ୍ରିଲ ୩୦ ପର୍ଯ୍ୟନ୍ତ ଦୈନିକ ରାତି ୮ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସହରଗୁଡିକ ହେଲା ଅହମ୍ମଦାବାଦ, ସରଟ, ଭଦୋଦରା, ରାଜକୋଟ, ଜାମନଗର, ଭାବନଗର, ଜୁନାଗଡ, ଗାନ୍ଧୀନଗର, ଆନନ୍ଦ, ନଦିଆଦ୍, ମେହସାଣା, ମୋର୍ବି, ଦାହୋଡ୍, ପଟାନ୍, ଗୋଧ୍ରା, ଭୁଜ୍, ଗାନ୍ଧୀଧାମ, ବାରୁଚ୍, ସୁରେନ୍ଦ୍ର ନଗର ଓ ଆମରେଲି। ରାଜ୍ୟରେ କୋଭିଡ୍ ସଂକ୍ରମଣ ସାଂଘାତିକ ସ୍ଥିତି ଧାରଣ କରିଥିବାରୁ ନାଇଟ୍ କର୍ଫ୍ୟୁ କିମ୍ବା ଲକଡାଉନ ଲାଗୁ କରିବାକୁ ଗୁଜରାଟ ହାଇକୋର୍ଟ ଇତିମଧ୍ୟରେ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହି ସମୟରେ ସଂପୃକ୍ତ ସହରଗୁଡିକରେ ସମସ୍ତ ସାମାଜିକ କାର୍ଯ୍ୟ, ରାଜନୈତିକ ସମାବେଶ ଉପରେ କଟକଣା ଜାରି କରାଯାଇଛି।