ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତା ୫ ତାରିଖରୁ ନାଇଟ କର୍ଫ୍ୟୁ ଜାରି ହେବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି। କର୍ଫ୍ୟୁ ସମୟରେ ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ ବନ୍ଦ ରହିବ। ଜରୁରୀ କର୍ଯ୍ୟକଳାପକୁ ଛାଡ଼ି ଯାତାୟତ ଉପରେ ବି କଟକଣା ଲାଗିବ। ପୂର୍ବଭଳି ଜରୁରୀକାଳୀନ ସେବା ଓ କର୍ମଚାରୀଙ୍କ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ। ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନ ଖୋଲା ରହିବ। ହୋମ୍ ଡେଲିଭରିକୁ ଅନୁମତି ମିଳିବ। ଏଥିସହିତ ସମସ୍ତ ଶିଳ୍ପ କାରଖାନା ଖୋଲା ରହିବ ବୋଲି ଜଣାପଡ଼ିଛି।