ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ଦୁର୍ଘଟଣାଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଆମେରିକୀୟ ସିଙ୍ଗର ତଥା ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ସୁଟିଂ ସମୟରେ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ପରେ ନିକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସୂଚନାଯୋଗ୍ୟ, ନିକଟରେ ପ୍ରିୟଙ୍କା ଓ ନିକ୍ କରୋନା ଦାଉରୁ ଭାରତକୁ ରକ୍ଷା କରିବା ଲାଗି ବଡ଼ ପଦକ୍ଷେପ ନେଇଥିଲେ। ଏହି ଯୋଡ଼ି ଫଣ୍ଡ ଏକଜୁଟ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାଦ୍ୱାରା ଦୁହେଁ ୧ ମିଲିୟନ ଡଲାର ଜମା କରିଥିଲେ।