ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ; ୨୦ଟି ବଡ଼ବଡ଼ ସହରରେ ମଧ୍ୟ ବିସ୍ଫୋରଣ କରିବାକୁ ଧମକ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଏକ ଧମକ ପୁର୍ଣ୍ଣ ଇ-ମେଲ କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥା ଏନଆଇଏର ହସ୍ତଗତ ହୋଇଛି। “୨୦ କେଜି ଆରଡିଏକ୍ସ ବିସ୍ପୋରଣ କରି ଉଡାଇଦେବାକୁ ଜଣେ ଅଜଣା ବ୍ୟକ୍ତି ଦମକ ଦେଇଛନ୍ତି।

ଧମକ ମେଲରେ ଉଲ୍ଲେଖ କରାଯାଇଛି ଯେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ପ୍ରସ୍ତୁତ। “ମୁଁ କିଛି ଆତଙ୍କବାଦୀଙ୍କ ସହ ସାକ୍ଷାତ କରିଛି, ସେମାନେ ମୋତେ ଆରଡିଏକ୍ସ ଯୋଗାଇଦେବାକୁ ଯାଉଛନ୍ତି, ମୁଁ ଖୁସି ଯେ ଅତି ସହଜରେ ବୋମା ଅଛି ଏବଂ ବର୍ତ୍ତମାନ ମୁଁ ସବୁଆଡେ ବିସ୍ଫୋରଣ କରିବି… ମୁଁ ଏହା ଯୋଜନା କରିଛି।

ଦେଶର ୨୦ ଟି ବଡ଼ବଡ଼ ସହରରେ ସ୍ଲିପର ସେଲ୍ ମାନେ ଏବେ ସକ୍ରିୟ ଅଛନ୍ତି ଏବଂ ଏହି ବିସ୍ପୋରଣରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ ବୋଲି ଦାବି କରିଛନ୍ତି ଏହି ଦୁର୍ବତ୍ତ। ଏହି ମେଲ ପାଇବା ପରେ ଏନଆଇଏ ଏବଂ ଅନ୍ୟାନ୍ୟ କେନ୍ଦ୍ରିୟ ଏଜେନ୍ସି ଏହି ମେଲ ପଠାଇଥିବା ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଏନଆଇଏ କୌଣସି ସରକାରୀ ସୂଚନା ଦେଇନାହିଁ।