ମାଓବାଦୀଙ୍କୁ ଆର୍ଥିକ ସହଯୋଗ ଅଭିଯୋଗରେ ୪ ରାଜ୍ୟର ୨୬ ସ୍ଥାନରେ ଏନ୍‌ଆଇଏର ଚଢଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ଏବେ ଲାଲବାହିନୀ ପୂର୍ବ ଆପେକ୍ଷା ଅଧିକ ସକ୍ରିୟ ହେବା ଆରମ୍ଭ କରିଛନ୍ତି। ଯାହାକୁ ନେଇ ବିଶେଷ ଭାବରେ କିଛି ରାଜ୍ୟରେ ଏମାନଙ୍କ ଉପଦ୍ରପ ଅଧିକ ଦେଖିବାକୁ ମିଳୁଛି। ମାତ୍ର ମାଓବାଦି ମାନଙ୍କୁ ଆର୍ଥିକ ସହଯୋଗ ମଧ୍ୟ କିଛି ଅନୁଷ୍ଠାନ ଓ ବ୍ୟକ୍ତି କ୍ରମାଗତ ଭାବରେ ଯୋଗାଇ ଆସୁଛନ୍ତି। ଯାହାକୁ ନେଇ ଅଭିଯୋଗ ହେବା ପରେ ଏନଆଇଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ମାଓବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ ଘଟଣାରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ୨୬ ସ୍ଥାନରେ ଚଢ଼ାଉ କରି ତଲାସ କରିଛି ‘ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍‌ସି’।

ଓଡ଼ିଶାରେ ଭୁବନେଶ୍ୱରରେ କିଛି ସଦିଗ୍ଧ ବ୍ୟକ୍ତିଙ୍କ ଘର ଓ କାର୍ଯ୍ୟାଳୟ ଆଦିରେ ଚଢାଉ କରାଯାଇଥିବା ସୂଚନା ରହିଛି। ଏହି ଭଳି ୪ ରାଜ୍ୟର ୨୬ଟି ସ୍ଥାନରେ ଚଢଉ କରି ମାଓବାଦି ମାନଙ୍କ ସହ ସଂଶ୍ଲିଷ୍ଠ ଥିବା ବ୍ୟକ୍ତି ମାନଙ୍କ ଖୋଳତାଡ ଆରମ୍ଭ କରିଛି ଏନଆଇଏ।