ଗୋଲାପି ବଲରେ ଖେଳିବ ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଗୋଲାପି ବଲରେ ଖେଳାଯିବ। ତେବେ ଏହି ମ୍ୟାଚଟି କୋଲକତାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପ୍ରଥମ ଦେଶ ହେବ ଯିଏକି ଗୋଲାପି ବଲରେ ଡେ-ନାଇଟ ମ୍ୟାଚ୍ ଖେଳିବ।

ଏ ସମ୍ପର୍କରେ ବଲ୍ ପ୍ରସ୍ତୁତ କାରୀ ଏସଜି କମ୍ପାନୀର ମାର୍କେଟିଂ ଡାଇରେକ୍ଟର ପାରସ ଆନନ୍ଦଙ୍କୁ ପଚାରିବାରେ ନାଲି ବଲକୁ ମଧ୍ୟ ଚମଡ଼ାରେ ରଙ୍ଗ ଦିଆଯାଇ ପ୍ରସ୍ତୁତ କରାଯାଉଥିଲା। ତେବେ ଏହି ବଲ୍ ତିଆରି କରିବା ପାଇଁ ୭-୮ଦିନ ସମୟ ଲାଗୁଥିବା ବେଳେ ଏଥିରେ ପର୍ଯ୍ୟାୟ ଅନୁସାରେ ରଙ୍ଗ ଦିଆଯାଇଥାଏ। ଫଳରେ ଏହି ବଲକୁ ବହୁ ସମୟ ପର୍ଯ୍ୟନ୍ତ ଖେଳାଯାଇ ପାରିବ।

ଆମେ ପୂର୍ବରୁ ମଧ୍ୟ ବିସିସିଆଇକୁ ୧୨୦ଟି ଗୋଲାପି ରଙ୍ଗର ବଲ୍ ଦେଇସାରିଛୁ ବୋଲି କହିଥିଲେ।