ଶ୍ରୀମନ୍ଦିର ପରିଧି ଉଚ୍ଛେଦ ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୨୨ରେ: ସୁପ୍ରିମକୋର୍ଟ

ଭୁବନେଶ୍ୱର,ଏଜେନ୍ସ: ଶ୍ରୀ ମନ୍ଦିରରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ଉଚ୍ଛେଦର ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଆସି ନଥିବାରୁ ଅକ୍ଟୋବର ୨୨ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ଐତିହାସିକ ମଠ କିମ୍ବା କୌଣସି ଅଟ୍ଟାଳିକାକୁ ଭାଙ୍ଗିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଏବଂ ଆଗାମୀ ଶୁଣାଣିକୁ ଉଚ୍ଛେଦର ସ୍ଥିତାବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।