କରୋନ ପାଇଁ ଆଗାମୀ କିଛି ସପ୍ତାହ ବେଶ୍ ଗୁରୁତ୍ୱପୂର୍ଣ୍ଣ, ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବୋଧିତ କରିବା ସହ ଏହି ଭୂତାଣୁ ମୁକାବିଲା ପାଇଁ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଏଥିସହିତ ଆଗକୁ ମୌସୁମୀ ଆସିବାକୁ ଥିବାରୁ ଲୋକମାନଙ୍କ ମଧ୍ୟରେ ଅନ୍ୟ ପ୍ରକାରର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ସମସ୍ତଙ୍କୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ଆହ୍ୱାନ ଦେଇଛନ୍ତି।

ରାଜ୍ୟରେ ମୌସୁମୀ ପ୍ରବେଶ କରୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନରେ ଘରକୁ ଘର ବୁଲି କରୋନା ସମେତ ଅନ୍ୟାନ୍ୟ ରୋଗ ଯଥା ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସମ୍ପର୍କରେ ଯାଞ୍ଚ କରିବାକୁ ହେବ ବୋଲି କୁହାଯାଇଛି।