ବାତ୍ୟା ଅମ୍ଫାନ: ଆଗାମୀ ୫ରୁ ୬ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବେଙ୍ଗଲର ଖାଡ଼ିରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫାନ’ ଏବେ ଖୁବ୍ ଦ୍ରୁତ ଗତିରେ ପଶ୍ଚିମବଙ୍ଗ ଆଡ଼କୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ‘ଅମ୍ଫାନ’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମହାଦ୍ୱୀପର ସୁନ୍ଦରବନ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ପାରାଦ୍ୱୀପ ଅତିକ୍ରମ କରି ବାତ୍ୟା ଅମ୍ଫାନ ଦୀଘାର ନିକଟତର ହେଉଛି। ଆଜି ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ଓ ସରିବାକୁ ପ୍ରାୟ ୨ ଘଣ୍ଟା ଲାଗିବ। ବାତ୍ୟାର ଗତିପଥ ଆଦୌ ବଦଳିବନି ବୋଲି ଭୁବନେଶ୍ୱର ପାଣିପାଗ ନିର୍ଦ୍ଦେଶକ ଏଚ.ଆର.ବିଶ୍ୱାସ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ଭାରି ବର୍ଷା ସାଙ୍ଗକୁ ପବନ ଲାଗି ରହିଛି। ପାଣିପାଗ ବିଭାଗ ମୁତାବକ, ପାରାଦ୍ୱୀପରେ ୧୦୨ କିମି, ଚାନ୍ଦବାଲୀରେ ୭୦ କିମି, ବାଲେଶ୍ୱରରେ ୬୧ କିମି ଓ ପୁରୀରେ ୪୧ କିମି ପ୍ରତି ଘଣ୍ଟାରେ ବର୍ଷା ଜାରି ରହିଛି। ପବନ ଯୋଗୁଁ ଅନେକ ଜାଗାରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ତାର ଛିଡ଼ି ଯାଇଛି।