ପକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ମାମଲାରେ ନୂଆ ମୋଡ଼

କଟକ,ଏନ୍‌ଏନ୍‌ଏସ୍‌: କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି । ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସୁବାସଙ୍କ ମା’, ଭଉଣୀ ଓ ସମ୍ପର୍କୀୟ ତାଙ୍କ ପତ୍ନୀ ଓ ସଳା ହତ୍ୟା କରିଥିବା ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ସେମାନେ ଆଜି ମର୍କତନଗର ଥାନାରେ ଏତଲା ଦେଇଛନ୍ତି ।

ସୁବାସ ବିହାରୀଙ୍କ ମା’ କହିଛନ୍ତି ଯେ, ବୋହୂ ଓ ତାଙ୍କ ଭାଇ ମୋ ପୁଅକୁ ମାରି ଦେଇଛନ୍ତି । ପୁଅକୁ ଘରକୁ ଛାଡ଼ୁ ନଥିଲେ ଏବଂ ମୋ ସହ କଥା କରେଇ ଦେଉନଥିଲେ ।